Amit Pani - MUJE DURBALA lyrics

Published

0 182 0

Amit Pani - MUJE DURBALA lyrics

ମୁଁ ଯେ ଦୁର୍ବଳ ଦୁଃଖୀ ଶୋକାକୁଳ ସବୁ ଆଜି ମୋ ପ୍ରତିକୂଳ ପ୍ରଭୁ ତୁମେ ହିଁ ମୋର ଆଶ୍ରାସ୍ଥଳ ପ୍ରଭୁ ତୁମେ ହିଁ ମୋର ଦୃଢ଼ଶୈଳ ଅସମ୍ଭାଳ ଦୁଃଖ ମୋ ସମ୍ଭାଳ =0= କ୍ଷୟ ପାଏ ମୋ ଦିନ ଧୂଆଁର ସମାନ ଶୋକେ ଶରୀର ମୋ ଜୀର୍ଣ୍ଣଶୀର୍ଣ୍ଣ ନା କ୍ଷଣେ ମୁ ପାଇଲି ଶାନ୍ତି ବିଶ୍ରାମ ଖେଦ ହେଲା ଯେ ପାହାଡ଼ ସମ ଆଃହା ମୋ ଭାଗେ ଥିଲା କେଡ଼େ ଅକାଳ ଅସମ୍ଭାଳ କଷ୍ଟ ମୋ ସମ୍ଭାଳ =1= ପାପେ ପୂର୍ଣ୍ଣ ଜୀବନ ପାପରେ ଜନମ ମାତା ଉଦରୁ ମୁହିଁ ଅଧମ କରି ତ ପାରେନା ତୁମ ଆରାଧନା କରୁଥାଏ ନିନ୍ଦା ଅପମାନ ପ୍ରଭୁ ମୁଁ ଅଧମକୁ କ୍ଷମା କର ଦ୍ୟାବଳଠାରୁ ମୋତେ ରକ୍ଷା କର କୋଳେ ଅନନ୍ତକାଳ ସମ୍ଭାଳ =2=

You need to sign in for commenting.
No comments yet.